ଧରା ପଡିଲେ ରଙ୍ଗିଲା police ବାବୁ ସ୍ତ୍ରୀ ଆଗରେ ଚଳେଇଥିଲେ ଚୋରା ପୀରତି ପାଇଲେ ଉଚିତ ଶିକ୍ଷା

ପୋଲିସ୍ ହେଉଛନ୍ତି ପ୍ରଶାସନ ବ୍ୟବସ୍ଥାର ଏକ ଗୁରୁତତ୍ୱପୂର୍ଣ ସ୍ତମ୍ବ। ସମାଜ ରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, କୁକର୍ମ ଆଦିକୁ ଅଟକାଇବା ହେଉଛି ପୋଲିସ୍ ର କର୍ତ୍ତବ୍ୟ। ଯେତେବେଳେ ଜଣେ ସାଧାରଣ ବ୍ୟକ୍ତି କୌଣସି ଅସୁବିଧା ର ସମ୍ମୁଖୀନ ହୁଏ, ସେ ନ୍ୟାୟ ପାଇଁ ପ୍ରଥମେ ପୋଲିସ୍ କୁ ମନେ ପକାଇଥାଏ।

ଚୋରି ଡକାୟତି ରୁ ଆରମ୍ଭ କରି ଜୀବନକୁ ଭୟ ପର୍ଯ୍ୟନ୍ତ, ଜନତା ନିଜର ସୁରକ୍ଷା ପାଇଁ ପୋଲିସ୍ ଉପରେ ନିର୍ଭର କରିଥାଏ। କିନ୍ତୁ ଚଳିତ ସମାଜ ରେ ଏପରି ଅନେକ ପୋଲିସ୍ କର୍ମଚାରୀ ଅଛନ୍ତି ଯେଉଁ ମାନଙ୍କ ପାଇଁ ଲୋକଙ୍କର ପୋଲିସ୍ ଓ ପ୍ରଶାସନ ବ୍ୟବସ୍ଥା ଉପରୁ ଭରସା ଉଠି ସାରିଛି। ପୋଲିସ୍ କର୍ମଚାରୀ ମାନେ ନିଜ ଶକ୍ତି ର କୁବ୍ୟବହାର କରୁଥିବା ଅନେକ ଥର ଦେଖିବାକୁ ମିଳିଛି।

ତେବେ ଅନୀତି କୁ ଅଟକାଇବା ଯାହାର କର୍ତ୍ତବ୍ୟ, ସେ ନିଜେ ଅନୈତିକ କାର୍ଯ୍ୟ କରୁଛି। ଏଭଳି ଏକ ଭିଡିଓ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ, ଯେଉଁଥିରେ ଜଣେ ପୋଲିସ୍ ବାବୁ ଅନ୍ୟ ଜଣେ ଯୁବତୀ ଙ୍କୁ କୁଣ୍ଢାଇ ଧରି ତାଙ୍କ ସହ ରୋମାନ୍ସ କରୁଛନ୍ତି।

ଭଡ଼ାଘରେ ରୋମାଣ୍ଟିକ ନାଚ, ତାହା ବି ପୋଲିସ୍ ବାବୁଙ୍କର। ଘରେ ସ୍ତ୍ରୀ କୁ ଛାଡି ଅନ୍ୟ ଜଣେ ଯୁବତୀ ଙ୍କ ସହ ଜବରଦସ୍ତ ନାଚ ନାଚୁଛନ୍ତି ପୋଲିସ୍ ବାବୁ। ଢେଙ୍କାନାଳ ଜିଲ୍ଲା ରେ କାର୍ଯ୍ୟରତ ଏସ ଆଇ ବାବୁ ଫୁଙ୍ଗୁଳା ଦେହରେ ନାଚି ଧୂଳି ଉଡାଉଛନ୍ତି ଓ ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ କୁ ଭାଇରାଲ୍ ହେବାରେ ଲାଗିଛି।

ବାବୁ ଜଣଙ୍କ ପୂର୍ବରୁ ନିହଳପ୍ରସାଦ ଥାନା ରେ ଥିଲେ ଓ ଏହି ନିକଟରେ ତାଙ୍କର ବଦଳି ହୋଇଛି। ହେଲେ ବାବୁ ନୂଆ ଜାଗାରେ ଯଏନ୍‌ କରୁନାହାନ୍ତି। ଭିଡିଓ ରେ କେତେବେଳେ ଯୁବତୀ ଙ୍କୁ କୁଣ୍ଢାଇ ପକାଉଛନ୍ତି ତ କେତେବେଳେ ଦୁଇ ଘେରା ବୁଲାଇ ଆଣୁଛନ୍ତି।

କେତେବେଳେ ଯୁବତୀ ଙ୍କ ବେକରେ କିସ୍ କରୁଛନ୍ତି ତା କେତେବେଳେ ଗାଲ ରେ ଚୁମା ଦେଉଛନ୍ତି। କ୍ୟାମେରା ପଛରୁ ଥାଇ ଆଉ ଜଣେ ଯୁବତୀ କୋହୁଛନ୍ତି, ଭାଇ ଟିକେ ସ୍ଲୋ ଡ୍ୟାନ୍ସ କର ଓ ପୋଲିସ୍ ବାବୁ ମଧ୍ୟ ତାଙ୍କ କଥା ମାନି ସ୍ଲୋ ଡ୍ୟାନ୍ସ କରିବାକୁ ଚେଷ୍ଟା କରୁଛନ୍ତି

ଏହି ଭାଇରାଲ୍ ଭିଡିଓ କୁ ନେଇ ଏବେ ଢେଙ୍କାନାଳ ଉଠୁଚି ପଡୁଛି। ପୋଲିସ୍ ବିଭାଗରେ ଚାକିରି କରି ଏହି ଏସ ଆଇ ବାବୁ ଯେମିତି ନାଚୁଛନ୍ତି ଲାଗୁଛି ଉଭୟ ପୁରା ଖୁସି ରେ ମସଗୁଲ୍ ଅଛନ୍ତି। ପୋଲିସ୍ କର୍ମଚାରୀ ନାଚି ପାରିବେନି ବୋଲି କୋଉଠି ଲେଖା ହୋଇନି। ତାଙ୍କ ସମ୍ମାନରେ ଆଞ୍ଚ ନ ଆଣିବାକୁ ଭିଡିଓ ରେ ଉଭୟଙ୍କ ମୁହଁ କୁ ଝାପସା କରାଯାଇଛି।

ହେଲେ ପୂର୍ବରୁ ଏମିତି ଘଟଣା ପାଇଁ ବାବୁ ଙ୍କ ପତ୍ନୀ ବାପଘର ଓ ଶାଶୁଘରେ ଅଭିଯୋଗ କରିଥିଲେ। ଏମିତି କି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ହୋଇ କଥା ଅନେକ ବାଟ ଯାଇଥିଲା। ତେବେ ପୋଲିସ୍ ବାବୁ ଓ ଏହି ଯୁବତୀ ଙ୍କ ମଧ୍ୟରେ ଥିବା ସଂପର୍କ କଣ, ତାହା ଆମକୁ ଜଣା ନାହିଁ। କିନ୍ତୁ ସମ୍ପର୍କରେ ସେତିକି ନିବିଡତା ନଥିଲେ ଏତେ ଚୁମଚାଟି ସମ୍ଭବ ନୁହେଁ।

ଏହି ମଧ୍ୟରେ ସ୍ତ୍ରୀ ଦୁହିଁଙ୍କ ସମ୍ପର୍କ ଜାଣିପାରିଥିଲେ ଏବଂ ଦୁହିଁଙ୍କ ମଧ୍ୟରେ ଅନେକ ଦିନ ଧରି ସମ୍ପର୍କ ଲକ୍ଷ୍ୟ କରିପାରିଥିଲେ l ପୋଲିସ ବାବୁ ତାଙ୍କୁ ଅନେକ ଜିନିଷ କିଣାକିଣି କରିଦେଉଥିବାର ଦୃଶ୍ୟ ମଧ୍ୟ ଏହି ଭିଜୁଆଲ ରେ ସାମ୍ନାକୁ ଆସିଛି ଯାହାଦ୍ୱାରା ଦୁହିଁଙ୍କ ସମ୍ପର୍କ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତ ସ୍ପଷ୍ଟ ହୋଇଛି

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *