ଲାଏ ଡିଟକ୍ସନ କଲେ ଧରା ପଡିବେ ପ୍ରକୃତ ଦୋଷୀ Crime branch କଲା ସ୍ପଷ୍ଟ

ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟ ରଂଜନ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସାମ୍ନା କୁ ଆସୁଛି ଗୋଟେ ପରେ ଗୋଟେ ନୂଆ ତଥ୍ୟ। ସୌମ୍ୟ ଙ୍କ ମୃତ୍ୟୁ କୁ ୪୨ ଦିନ ହୋଇଗଲାଣି। ପାରଳାଖେମୁଣ୍ଡି ପୋଲିସ୍ ୩୨ ଦିନ ଧରି ତଦନ୍ତ କରିଥିଲେ ମଧ୍ୟ ଘଟଣା ର କୌଣସି ପ୍ରକାର ତଥ୍ୟ ବାହାରିନଥିଲା।

ତେବେ ପୂର୍ବରୁ ପୋଲିସ୍ କୁ ସହଯୋଗ କରୁଥିବା କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ତଦନ୍ତ ଭାର ନେଲା। ଡିଏସପି ଜ୍ଞାନରଞ୍ଜନ ମିଶ୍ର ଙ୍କ ନେତୃତ୍ୱ ରେ ଗଠିତ କ୍ରାଇମବ୍ରାଞ୍ଚ ଟିମ୍ ଆରମ୍ଭ କରିଥିଲା ତଦନ୍ତ।

କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିବା ପରେ ୧୦ଦିନ ମଧ୍ୟରେ ଅନେକ ତଥ୍ୟ ସାମ୍ନା କୁ ଆଣିପାରିଛି ଯାହା ପୋଲିସ୍ କରିପାରିନଥିଲା। ତେବେ କୁହାଯାଉଛି ଯେ ଲାଏ ଡ଼ିଟେକ୍ସନ୍‌ ଟେଷ୍ଟ କଲେ ପ୍ରକୃତ ସତ୍ୟ ସାମ୍ନା କୁ ଆସିବ।

ବର୍ତମାନ ଏହି ଘଟଣା କୁ ନେଇ ରାଜନୀତିକ କ୍ଷେତ୍ର ରେ ପ୍ରତିକ୍ରିୟା ଦେଖାଦେଇଛି। ଡ଼ିଏଫଓ ବଦଳି ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ। ଘଟଣା ର ମୁଖ୍ୟ ନାୟକ ଡ଼ିଏଫଓ ଙ୍କ ବଦଳି କାହିଁକି କରାଯାଉନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାରଳାଖମୁଣ୍ଡି ବିଧାୟକ କେ. ନାରାୟଣ ରାଓ। ମନ୍ତ୍ରୀ ଙ୍କ ପି.ଏସ.ଓ ଦୀପ୍ତି ରଞ୍ଜନ ବେହେରା ଙ୍କର ଏହି ଘଟଣା ସହ ସଂପୃକ୍ତି ଥିବା ସନ୍ଦେହ ରେ ତାଙ୍କ ବଦଳି କରାଯାଇଛି।

ତେବେ ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବା ଉଚିତ୍। ଗଜପତି ପୋଲିସ୍ ଙ୍କ ତଦନ୍ତ କୁ ନେଇ ଗଣମାଧ୍ୟମ ରେ ସମାଲୋଚନା କରିଥିଲେ ପୂର୍ବତନ ଡିଜି ସଂଜୀବ ମାରିକ। ସେହିପରି କ୍ରାଇମ୍ରାଞ୍ଚ୍ ଏ. ଡି. ଜି. ଙ୍କ ଟୁଇଟ୍ ରୁ ସ୍ପଷ୍ଟ ଜଣା ପଡିଥିଲା ଯେ ପୋଲିସ୍ ସଠିକ୍ ଭାବେ ତଦନ୍ତ କରିନାହିଁ।

ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପତି କହିଛନ୍ତି ଯେ କ୍ରାଇମ୍ରାଞ୍ଚ୍ ୧୦ ଦିନ ମଧ୍ୟରେ ଅନେକ ତଥ୍ୟ ହାସଲ କରିଛି। ମାତ୍ର ଯଥାଶୀଘ୍ର ଡ଼ିଏଫଓ ଓ ବିଦ୍ୟା ଙ୍କ ର ଲାଏ ଡ଼ିଟେକ୍ସନ୍‌ ଟେଷ୍ଟ କରାଯିବା ଉଚିତ୍। ନଚେତ୍ ପୂର୍ବ ଭଳି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରାଯାଇପାରେ। ପୂର୍ବରୁ ଗଜପତି ପୋଲିସ୍ ଓ କ୍ରାଇମ୍ରାଞ୍ଚ୍ ନେଇଥିବା କୌଣସି କେଶ୍ ସମାଧାନ ହୋଇପାରିନାହିଁ।

ତେବେ ଏହି କେଶ୍ ଟି ସମାଧାନ ହେବା ନା ନାଲି ଫିତା ତଳେ ଦବିଯିବ। ଅନ୍ୟ ପକ୍ଷରେ ପାରଳାଖେମୁଣ୍ଡି ବିଜେଡ଼ି ବିଧାୟକ ବା ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ କହିଛନ୍ତି ଯେ ପୋଲିସ୍ କଣ ତଦନ୍ତ କରିଥିଲା ତାହା ପୋଲିସ୍ କୁ ହିଁ ଜଣା। ମାତ୍ର କ୍ରାଇମ୍ରାଞ୍ଚ୍ ୧୦ ଦିନ ମଧ୍ୟରେ ଯଥେଷ୍ଟ ତଥ୍ୟ ସଂଗ୍ରହ କରିପାରିଛି। ତେବେ ସୌମ୍ୟ ଙ୍କୁ ନ୍ୟାୟ ମିଳିବ କି ନାହିଁ ତାହା କେବଳ ସମୟ କୁ ଅପେକ୍ଷା।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *