ସାମ୍ନାକୁ ଆସିଲା Doctor ସ୍ୱାମୀଙ୍କ ଶୈତାନ ରୂପ ନିଜ ସ୍ତ୍ରୀ କୁ ବନ୍ଧୁମାନଙ୍କ ସହ ଲଗାଉଥିଲେ ଦେହ ବେପା…

ବନ୍ଧୁ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା ଡାକ୍ତର ସ୍ବାମୀ। ମନା କରିବାରୁ ସ୍ତ୍ରୀ ଙ୍କ ଶରୀରକୁ ବ୍ଲେଡ ରେ କାଟି ପକାଇଛି ନୃଶଂସ ସ୍ବାମୀ। ସରକାରୀ ହସ୍ପିଟାଲ୍ ର ଜଣେ ଡାକ୍ତରଙ୍କ ନାରଗ୍ୟ କାଣ୍ଡ।

ପତ୍ନୀଙ୍କ ଶରୀରକୁ ବ୍ଳେଡ୍ ରେ କାଟି ଲହୁ ଲୁହାଣ କରିପକାଇଲା। ବନ୍ଧୁ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ଡାକ୍ତର ସ୍ବାମୀ। ମନା କରିବାରୁ ସ୍ତ୍ରୀ ର ଛାତି ଓ ହାତକୁ ବ୍ଲେଡ୍ ରେ କାଟି ଗୁରୁତର କରିପକାଇଛି ଅଭିଯୁକ୍ତ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବିହାର ରାଜ୍ୟର ଗୟା ରେ।

ଅଭିଯୁକ୍ତ ଗୟା ର ସରକାରୀ ହସ୍ପିଟାଲ୍ ରେ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ନିୟୁଜ ଏଜେନ୍ସି ଆଇ ଏ ଏନ ଏସ ରେ ପ୍ରକାଶିତ ଖବର ମୁତାବକ ସ୍ବାମୀ ର ବନ୍ଧୁ ମାନଙ୍କ ସହ ଯୌନ ସମ୍ବନ୍ଧ ରଖିବାକୁ ମନା କରିବାରୁ ମହିଳାଙ୍କ ଉପରେ ଆକ୍ରମଣ ହୋଇଛି।

ପୀଡ଼ିତା ଙ୍କ ଛାତି ଓ ହାତରେ ଆକ୍ରମଣ ହୋଇଥିବା ବେଳେ ତାଙ୍କୁ ନାଳନ୍ଦା ଜିଲ୍ଲା ସଦର ହସ୍ପିଟାଲ୍ ରେ ଭର୍ତି କରାଯାଇଛି। ପୋଲିସ୍ ନିକଟରେ ଅଭିଯୋଗ କରିଥିବା ମହିଳା ଙ୍କ ବିବାହ ୨୦୦୬ ମସିହାରେ ସଂପୃକ୍ତ ଡାକ୍ତରଙ୍କ ସହ ହୋଇଥିଲା। ଉଭୟଙ୍କର ୧୩ ବର୍ଷ ର ଏକ ପୁଅ ଓ ୧୧ ବର୍ଷ ର ଏକ ଝିଅ ମଧ୍ୟ ରହିଛି।

ପୂର୍ବରୁ ଉଭୟଙ୍କ ମଧ୍ୟରେ ଭଲ ସମ୍ପର୍କ ଥିବା ପୀଡ଼ିତା ମହିଳା କହିଛନ୍ତି। ତେବେ ଗୟା ରେ ଚାକିରି କରିବା ପରେ ସ୍ବାମୀ ଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିଲା। ଅନେକ ସମୟରେ ସେ ନିଜର ବନ୍ଧୁ ମାନଙ୍କୁ ଘରକୁ ଡାକୁଥିଲେ। ଏପରିକି ସେମାନଙ୍କ ସହ ବେଡ୍ ସେୟାର କରିବାକୁ ମଧ୍ୟ ସ୍ବାମୀ ବାଧ୍ୟ କରୁଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।

ସ୍ବାମୀ ର ଚରିତ୍ର କୁ ନେଇ ପ୍ରଶ୍ନ ଉଠାଇବା ପରେ ପୀଡ଼ିତାଙ୍କ ଉପରେ ଜୁଲମ ବଢିଥିଲା। ନିଜର ବନ୍ଧୁ ମାନଙ୍କ ସହ ଯୌନ ସମ୍ପର୍କ ରଖିବାକୁ ଓ ଆପତ୍ତିଜନକ ଭିଡିଓ ସୁଟ କରିବାକୁ ମଧ୍ୟ ଚାହୁଥିଲା ଅଭିଯୁକ୍ତ।

ଏହାପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଓ ଏଥିରୁ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତ ପିଡିତାଙ୍କୁ ବ୍ଲେଡ଼ ରେ ଆକ୍ରମଣ କରିଥିଲେ। ଅଭିଯୋଗ ପାଇଲା ପରେ ଅଭିଯୁକ୍ତଙ୍କ ନାଁ ରେ ହତ୍ୟା ଅଭିଯୋଗ ରୁଜୁ କରିଛି ପୋଲିସ୍।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *