Soumyaranjan ମୃ-ତ୍ୟୁ ମାମଲାରେ ସବୁ ଚେଷ୍ଟା ହେଲା ବିଫଳ 12 ବର୍ଷ ର ତପସ୍ୟା ଗଲା ଶୁଖୁଆ ପୋଡ଼ାରେ

ଏସିଏଫ ସୌମ୍ୟ ରଞ୍ଜନ ମୃ-ତ୍ୟୁ ରହସ୍ୟ। ବାର ବର୍ଷର ଶୁଖୁଆ ପୋଡାରେ ଗଲା। ଜିଲ୍ଲା ପୋଲିସର ତଦନ୍ତ ପୋଥିରେ ବନ୍ଧାଗଲା ଡୋରି। କ୍ରାଇମ୍ରାଞ୍ଚ କୋଡ଼ିଲା ଯେତିକି ମାଡ଼ିଲା ସେତିକି। ବର୍ତମାନ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଲେ ପୁଣି ହୋଇପାରେ ମୂଳରୁ ତଦନ୍ତ। ପୁଣି ବିବାଦରେ ରାଜ୍ୟର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଓ ବିଳମ୍ବିତ ନ୍ୟାୟ ,ନ୍ୟାୟ ନୁହେଁ ଆଧାରରେ କାଠଗଡା ରେ କ୍ରାଇମବ୍ରାଞ୍ଚ।

ବହୁଚର୍ଚ୍ଚିତ ଗଜପତି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମାମଲା ରେ ବିବାଦରେ ତଦନ୍ତକାରୀ ସଂସ୍ଥା। ଏଡିଜି ସଞ୍ଜୀବ ପଣ୍ଡା ଖୋଲିଦେଇଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତର ଖୋଲ ଆଉ କହିଛନ୍ତି ସବୁ ତଦନ୍ତର ହେବ ଅନୁଧ୍ୟାନ।

ମୃତ୍ୟୁକାଳୀନ ଜମାନବନ୍ଦୀ ର ମଧ୍ୟ ହେବ ଅନୁଧ୍ୟାନ। ଘଟଣାରେ ରାଜ୍ୟ ସରକାରର ଶକ୍ତିଶାଳୀ କ୍ୟାବିନେଟ୍ ମନ୍ତ୍ରୀ ବିକ୍ରମ ଅାରୂଖ୍ ଙ୍କ ସଂପୃକ୍ତି ଥିବା ଅଭିଯୋଗ ଥିବାବେଳେ ତଦନ୍ତକାରୀ ସଂସ୍ଥା ର ମୁଖ୍ୟଙ୍କ ବୟାନ ଏବେ ରାଜ୍ୟବାସୀ ଙ୍କୁ ଆଚମ୍ବିତ କରିଛି।

ଏପଟେ ଚର୍ଚ୍ଚାକୁ ଆସୁଛନ୍ତି ସୌମ୍ୟ ଙ୍କ ସହଯୋଗୀ ଏସିଏଫ ଭାସ୍କର ରାଓ। ଭାସ୍କରଙ୍କ ବୟାନ କହୁଛି “ଡାଲ୍ ମେ କୁଛ କାଲା ହେ”। ଘଟଣା ଘଟିବା ଦିନ ପ୍ରତ୍ୟକ୍ଷଦର୍ଶୀ ଭାସ୍କର କହୁଛନ୍ତି ମୁଁ କିଛି ଦେଖିନି। ଯାହା ଦେଖିଛି ସବୁ କହିଦେଇଛି।

କ୍ୟାମେରା ଦେଖି ସେ ଲୁଚିବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଘଟଣା ଘଟିବା ଦିନଠାରୁ ସେ ନିଜ କ୍ୱାର୍ଟର ଛାଡି ଗେଷ୍ଟ ହାଉସ ରେ ରହି ଡ୍ୟୁଟି କରୁନଥିବା ସଂଘାତିକ ଅଭିଯୋଗ ଆସିଛି ଭାସ୍କର ଙ୍କ ନାଁ ରେ।

ଗୋଟିଏ ଦିନରେ ୯ଜଣ ଆଇଏଫଏସ ଅଫିସର୍ ଙ୍କୁ ସରକାର ବଦଳି କରିଥିବା ବେଳେ ଡିଏଫଓ ଙ୍କ ଦେହରେ ହାତ ଲଗାଇବାକୁ ଭୟ କରୁଛନ୍ତି ସରକାର। ସତ ଲୁଚାଇବାକୁ ଯାଇ ସରକାର ଡିଏଫଓଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରିଛନ୍ତି ସୌମ୍ୟ ଙ୍କ ବାପା ଅଭିରାମ ଓ ମା ତୁଳସୀ।

ସେମାନେ କହିଛନ୍ତି ଯେ ମନ୍ତ୍ରୀ ବିକ୍ରମ, ଡିଏଫଓ ସଂଗ୍ରାମ ଓ ଓଆଇସି ମମତା ପଣ୍ଡା ମିଶି ମୋ ପୁଅକୁ ମାରିଛନ୍ତି। ଚନ୍ଦନକାଠ ମାଫିଆ ଙ୍କ ଠାରୁ ସେମାନେ ପଇସା ପାଉଥିଲେ, ଆମ ପୁଅ ବିରୋଧ କରିବାରୁ ତାକୁ ରାସ୍ତାରୁ ହଟାଇ ଦେଲେ।

ଘଟଣାକୁ ବିତିଲାଣି ଦୁଇ ମାସ। ଏବେ ବିବାଦରେ ଗଜପତି ପୋଲିସ୍। ଏସଡିପିଓ ଙ୍କ ଅଡିଓ ଖୋଲିଦେଇଛି ପୋଲିସ୍ ତଦନ୍ତ ର ଅନେକ ଗୁମର। କହିଥିଲେ ଯେ ସୌମ୍ୟ ନିଜେ କହିଛନ୍ତି ଯେ ପୁରୁଣା ବହି ପୋଡିବାରୁ ଆକ୍ସିଡେଣ୍ଟାଲ ଫାୟାର୍ ରୁ ସେ ଜଳିଛନ୍ତି ବୋଲି। କ୍ରାଇମ୍ରାଞ୍ଚ ଡିଜି ଜ୍ଞାନରଞ୍ଜନ ମଧ୍ୟ ଖୋଲି ଦେଇଥିଲେ କିପରି କ୍ରାଇମବ୍ରାଞ୍ଚ୍ ଧରିଛି ସଖୀ କଣ୍ଢେଇ ର ରୂପ।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଗୋଟେ ପରେ ଗୋଟେ ଖିଅ ଖୋଲିବାରେ ଲାଗିଛି। ଲୋକସଭା ଭବନରୁ ସୁରକ୍ଷା ର ହାତ ଖୋଦ୍ ମନ୍ତ୍ରୀ ବିକ୍ରମ ଆରୁଖ, ଡିଏଫଓ ସଂଗ୍ରାମ ଓ ବିଦ୍ୟାଭାରତି ଙ୍କ ଉପରେ ଥିବା କୁହାଯାଉଥିବା ବେଳେ ରକ୍ତଚନ୍ଦନ କେଶ୍ ରେ ଫସିଛନ୍ତି ଖୋଦ୍ ଡିଏଫଓ ସଂଗ୍ରାମ।

ଆମେ ପ୍ରତିଦିନ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରାଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ର ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ l

ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ। ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ। ଜୟ ଜଗନ୍ନାଥ l ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ। ଆପଣଙ୍କ ଭଲପାଇବା ଆମକୁ ବହୁତ ପ୍ରେରଣା ଦେବା ସହ ଏମିତି ଖବର ଯୋଗାଇଦେବାକୁ ଉତ୍ସାହିତ କରିବ।

Leave a Reply

Your email address will not be published. Required fields are marked *